ଡମ୍ପର ଧକ୍କାରେ ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ: ଡ୍ରାଇଭର ଅଟକ, ଟ୍ରକ୍‌ ଜବତ

ଯୋଡ଼ା,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ସୋମବାର ରାତିରେ ଏକ ଡମ୍ପର ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲ। ଏଥିରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବାରୁ ଯୋଡା ସହରବାସୀ ବହୁ ସମୟ ଧରି ଅନ୍ଧକାରରେ ରହିଥିଲେ ।
ପ୍ରକାଶ ଯେ, ବାଂଶପାଣିରୁ ଯୋଡା ଅଭିମୁଖେ ଯାଉଥିବା ଡମ୍ପର (ନଂ. ଓଆର୍‌୦୯ କେ ୮୯୦୮) ବସ୍‌ଷ୍ଟାଣ୍ଡ ନିକଟସ୍ଥ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ପରେ ଓଲଟି ପଡିଥିଲା। ଦୀର୍ଘ ସମୟ ପରେ ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି କରାଯାଇଥିଲ। ଏ ନେଇ ଟ୍ରାଫିକ୍‌ ସମସ୍ୟା ଦେଖାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସହିତ ଧକ୍କା ଦେଇଥିବା ଡମ୍ପରକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖିଛି।