ଡମ୍ପର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର : ପ୍ରତିବାଦରେ ରାସ୍ତାରୋକୋ

ସିମୁଳିଆ,୨୮।୧(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୪କି.ମି. ଦୂର ୧୬ନଂ. ଜାତୀୟ ରାଜପଥର ତୁଳସୀ ଆଶ୍ରମ ନିକଟରେ ମଙ୍ଗଳବାର ଡମ୍ପର ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଇକ୍‌ ଆରୋହୀ ଜଗେନ୍ଦ୍ର ମଣ୍ଡଳ(୨୫) ଓ ଗୁରୁତର ହେଲେ ଅକ୍ଷୟ ସିଂ(୨୩)। ଅକ୍ଷୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଛନ୍ତି।