ଡମ୍ପର ଧକ୍କାରେ ବ୍ୟକ୍ତିଙ୍କ ଜୀବନଗଲା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ରାଜନଗର,୧୨।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମର ବନମାଳୀ ଓଝାଙ୍କ ବଡ଼ପୁଅ ଶରତ (୪୫)ଙ୍କ ଉପରେ ରବିବାର ପୂର୍ବାହ୍ନରେ ଏକ ଡମ୍ପର ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଡମ୍ପରଟି ଦ୍ରୁତଗତିରେ ଯିବା ସମୟରେ ଉତ୍ତ୍ୟେକ୍ତ ଗ୍ରାମବାସୀ ଡ୍ରାଇଭରଙ୍କୁ କାବୁ କରିନେଇଛନ୍ତି। ମୁମୂର୍ଷୁ ଅବସ୍ଥାରେ ଶରତଙ୍କୁ ଉଦ୍ଧାର କରାଯାଇ ରାଜନଗର ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ଧାରଣାରେ ବସିଛନ୍ତି।