ଡରାଇଲାଣି କରୋନା: ବିଏମ୍‌ସି ଅଞ୍ଚଳରେ ବଢ଼ୁଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବି ବୃଦ୍ଧି ପାଇଛି। ଶୁକ୍ରବାର ପୁଣି ଭୁବନେଶ୍ୱରର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଗୁଡ଼ିକ ମଧ୍ୟରେ ରହିଛି ୟୁନିଟ-୯ର ଗୋଟିଏ ସରକାରୀ ଘର ଓ ଏକ ପ୍ଲଟ, ସତ୍ୟନଗର ତୋଷାଳି ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ, ଲକ୍ଷ୍ମୀ ସାଗରର ଦୁଇଟି ପ୍ଲଟ, ୫୯ ନମ୍ବର ୱାର୍ଡର ଶ୍ରୀରାମନଗରର ଏକ ପ୍ଳଟ,  ଆଇଆରସି ଭିଲେଜ ସ୍ଥିତ ୟୁବିଆଇ ଆଞ୍ଚଳିକ ଶାଖାର ପ୍ରଥମ ମହଲା, ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ ଓ ଡୋଭ ଆପର୍ଟମେଣ୍ଟ।

Share