ଡରାଇଲା କରୋନା: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ବେଳକୁ ବେଳ ଦେଶରେ ଭୟଙ୍କର ରୂପ ନେବାକୁ ଯାଉଛି। କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା ଜୁନ୍‌ ମାସ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଯାଇପାରେ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩,୯୦୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୯୫ ଜଣଙ୍କ ମୃତ୍ୟୁ ଏକ ପ୍ରକାର ଭୟ ସୃଷ୍ଟି କରିଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬,୪୩୩ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଏହା ୫୦ ହଜାର ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି। ଏବେ ସୁଦ୍ଧା ଦେଶରେ ମୋଟ ୧,୫୬୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଲେଣି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଗୋଟିଏ ପଟେ ଏପର୍ଯ୍ୟନ୍ତ ଲୋକେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ବେଳକୁ ବେଳ ପରିସ୍ଥିତି ଅଣାୟତ ହେବାରେ ଲାଗିଛି।

Share