ଡରାଉଛି କରୋନା ଭୂତାଣୁ: ଚାଇନାରେ ପରସ୍ପର ସହ ହାତ ମିଳାଇବା ମନା

ବେଜିଂ,୨୭।୧: ଚାଇନାରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ଭୂତାଣୁ ଏବେ ଭୟଙ୍କର ରୂପ ନେବାରେ ଲାଗିଛି। ଏବେସୁଦ୍ଧା ସେଠାରେ କରୋନା ଭୂତାଣୁ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାଶହ ହଜାର ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏହାର ସେମିତି କିଛି ଲକ୍ଷଣ ଦେଖାଯାଉ ନ ଥିବାରୁ ଚାଇନାର ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ମାରାତ୍ମକ ଶ୍ରେଣୀଭୁକ୍ତ କରିଛନ୍ତି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଉହାନାରେ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ପେଇଚିଙ୍ଗରେ ଲୋକମାନଙ୍କୁ ପରସ୍ପର ସହ ହାତ ମିଳାଇବାକୁ ମଧ୍ୟ ବାରଣ କରାଯାଇଛି।

Share