ଇସଲାମାବାଦ,୧୫।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖଁା ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି ଡରି ଯାଇଛନ୍ତି ଯେ ସେ ତାଙ୍କର ଅଧ ଘଣ୍ଟାର ଭାଷଣରେ ପ୍ରାୟ ୧୨ ଥର ମୋଦିଙ୍କ ନାଁ ନେଇଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୧୪ ଅର୍ଥାତ୍ ବୁଧବାର ଇମ୍ରାନ୍ ପାକିସ୍ତାନ ବିଧାନସଭାରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାଷଣ ଦେବା ସମୟରେ ପ୍ରାୟ ୧୨ ଥର ମୋଦିଙ୍କ ନାଁ ନେଇଥିଲେ। କେବଳ ସେତିକି ନୁହେଁ ପିଓକେରେ ପାକିସ୍ତାନ ଅଧିକ ସେନା ମୁତୟନ କରିଥିବା ବେଳେ ଭାରତ ମଧ୍ୟ ଏହା ଉପରେ ନଜର ରଖିଛି ବୋଲି କଥା ଉଠାଇଥିଲେ ଇମ୍ରାନ। ଏହାସହ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ସେଥିପାଇଁ ଜାତିସଂଘ ଦାୟୀ ବୋଲି ମଧ୍ୟ ସେ କହିଥିଲେ। ହେଲେ କଶ୍ମୀର ସମସ୍ୟା ଓ ଭାରତ-ପାକ୍ ତିକ୍ତ ସମ୍ପର୍କକୁ ସେ ଅନ୍ତରାଷ୍ଟ୍ରୀୟ ଫୋରମରେ ଉପସ୍ଥାପନ କରିବେ ବୋଲି ତାଙ୍କ ଭାଷଣରେ କହିଥିବା ଜଣାପଡିଛି।