ଡରିଲାଣି ପାକିସ୍ତାନ: ସର୍ତ୍ତ ରଖି କଥା ହେବାକୁ ଦେଉଛି ପ୍ରସ୍ତାବ

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ଡରି ଯାଇଥିବା ଆଲୋଚନା ହେଉଛି। କାରଣ ସେ ଏବେ ଭାରତ ସହ ସର୍ତ୍ତମୂଳକ କଥା ହେବାକୁ ପ୍ରସ୍ତାବ ଦେଇଛି। ଶୁକ୍ରବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି ପାକିସ୍ତାନ ଏବେ ଭାରତ ସହ ସର୍ତ୍ତ ମୂଳକ କଥା ହେବାକୁ ପ୍ରସ୍ତୁତ ଅଛି। କଶ୍ମୀର ମାମଲାକୁ ନେଇ ବିଶ୍ୱର ପ୍ରାୟ କୌଣସି ଦେଶ ପାକିସ୍ତାନକୁ ସହଯୋଗର ହାତ ନ ବଢାଇବାରୁ ଏବେ ସେ ଭାରତ ସହ ସର୍ତ୍ତ ରଖି କଥା ହେବ ବୋଲି କହିଛି।

Share