ଡରୁଛନ୍ତି ଦୀପିକା

ଦୀପିକାଙ୍କ ମନରେ ଏବେ ଭୟ ଘାରିଛି। ଗୋଟିଏ କଥା ପ୍ରକାଶ କରିବାକୁ ସେ ଡରୁଛନ୍ତି। କଥା କ’ଣ କି ନିକଟରେ ସେ ଏକ ନୂଆ ସିନେମାରେ ସାଇନ୍‌ କରିଛନ୍ତି। ଏଥିରେ ତାଙ୍କ ବ୍ୟତୀତ ଅଜୟ ଦେବଗନ ଏବଂ ରଣବୀର କପୁର ମଧ୍ୟ ଅଭିନୟ କରିବେ। ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ପାଇଁ ଏକ ରୋମାଣ୍ଟିକ ଟାଇଟଲ ବଛାଯାଇଛି। ହେଲେ ସେନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ। ଏ ବିଷୟରେ ଦୀପିକା ପାଦୁକୋନଙ୍କୁ ପଚାରିଲେ ସେ କହୁଛନ୍ତି ଯେ, ‘ଏହି ଟାଇଟଲଟି ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ମୋତେ ଡର ଲାଗୁଛି। ହେଲେ କାହିଁକି ଡର ଲାଗୁଛି ତାହା ମୁଁ କହିବି ନାହିଁ। ସମୟ ଆସିଲେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବ। ହେଲେ ଏଥିପାଇଁ ଦୀପିକା କାହିଁକି ଡରୁଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା।

Share