ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଦଳୀଫୁଲ

କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଉଚିତ୍‌। ଏହା ଦ୍ୱାରା ସର୍କରା ସ୍ତର କମ୍‌ ହୁଏ। ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବଢ଼ାଏ କାରଣ ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ରୋଗର ସମସ୍ୟାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଗର୍ଭାଶୟର ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ। ସୁସ୍ଥ ଗର୍ଭାଶୟ ପାଇଁ କଦଳୀଫୁଲକୁ ଗୋଲମରିଚ ଓ ଜିରା ସହିତ ପାଣିରେ ଫୁଟାଇ ନିଅନ୍ତୁ ଓ ୧/୪ ଚାମଚ ହଳଦୀ ପାଉଡ଼ର ଓ ଲୁଣ ମିଶାନ୍ତୁ। ଏହି ପାଣିକୁ ପିଇଲେ ଗର୍ଭାଶୟର ସମସ୍ୟା ଦୂର ହୁଏ।