ସକାଳ ଚା’ ପିଇଲେ ଫୁର୍ତ୍ତି ଲାଗେ। ତେବେ ଚା’ ମଧ୍ୟ ଡାଇବେଟିସ୍ ସମସ୍ୟାରୁ ଦୂରେଇ ରଖିଥାଏ। ନିୟମିତ ଗ୍ରୀନ୍ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏହା ରକ୍ତ ଶର୍କରା କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗ୍ରୀନ୍ ଟି ରକ୍ତ ସଞ୍ଚାଳନକୁ ସ୍ବଭାବିକ କରେ। ଫଳରେ ହାର୍ଟ ଆଟାକ୍ ଭଳି ସମସ୍ୟା ଦୂର ହୁଏ। ଗ୍ରୀନ୍ ଟି’ରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଯୁବ ସୁଲଭ ଠାଣି ବଜାୟ ରଖେ। ଦିନରେ ୨-୩ -କପ୍ ଗ୍ରୀନ୍ ଟି’ ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ଏହା ଶରୀରରେ ଥିବା ଅନାବଶ୍ୟକ ଚର୍ବି କମ୍ କରିଥାଏ। ଫଳରେ ଆନିୟମିତ ଆହାର ତଥା ପରିବର୍ତ୍ତିତ ଜୀବନ ଶୈଳୀ ଯୋଗୁ ଦେଖାଦେଉଥିବା ମେଦବହୁଳତା ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ।