Advertisement

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ ଥିବା ଆମିନୋ ଏସିଡ୍‌ ଯୋଗୁ ଏହା ସମ୍ଭବ ହୁଏ। ମେଥିରେ ଥିବା ଆଣ୍ଟି-ଇନ୍‌ଫ୍ଲେମେଟୋରୀ ତତ୍ତ୍ୱ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଥିଦାନାକୁ ପାଣିରେ ଭିଜାଇ ପିଇବା ଦ୍ୱାରା ଏହାର ପୁଷ୍ଟିସାର ତତ୍ତ୍ୱ ବହୁ ଗୁଣ ବଢିଯାଇଥାଏ । ତେଣୁ ମେଥି ପରିବର୍ତ୍ତେ ଏହାର ପାଣି ପିଇଲେ ବେଶୀ ଉପକାର ମିଳେ । ରାତିରେ ଏକ କପ୍‌ ପାଣିରେ କିଛି ମେଥି ଦାନା ପକାଇ ଭିଜାଇ ଏହି ପାଣିକୁ ଛାଣି ଖାଲିପେଟରେ ପିଇଲେ ଅନେକ ଉପକାର ମିଳିଥାଏ। ନିୟମିତ ସକାଳେ ମେଥିପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିଥାଏ । ମେଥିପାଣିରେ ଥିବା ପୋଟାସିୟମ୍‌ ଶରୀରର ସୋଡିୟମ୍‌ସ୍ତରକୁ ନିୟନ୍ତ୍ରିତ କରେ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ହାର୍ଟ ଆଟାକ୍‌ ଆଶଙ୍କା ଦୂର ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share