Categories: ଜାତୀୟ

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ମୂଳା ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ଶୀତ ଦିନେ ନିୟମିତ ମୂଳା ଶାଗ ଖାଇଲେ ବ୍ଲଡ୍‌ ସୁଗାର୍‌ ଲେଭଲ୍‌ ନିୟନ୍ତ୍ରିତ ହୋଇ ଡାଇବେଟିସ୍‌ ଆଶଙ୍କାରୁ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ମୂଳା ପତ୍ରରେ ଏନ୍ଥୋକାଇନିନ୍‌ ଅଛି। ଏହା କ୍ୟାନସରରୁ ମୁକ୍ତି ଦିଏ। ଏହା ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ। ମୂଳାପତ୍ରରେ ଆଇରନ୍‌, ଫସ୍‌ଫରସ୍‌ ପ୍ରଚୁର ମାତ୍ରାରେ ରହିଛି। ଏହା ଯୋଗୁ ରକ୍ତରେ ହେମୋଗ୍ଲୋବିନ୍‌ ମାତ୍ରା ବୃଦ୍ଧି ପାଇଥାଏ ଓ ଦୂର୍ବଳତା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share