ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ମେଥିଗୁଣ୍ଡ ଉଷୁମ ପାଣିରେ ପିଇଲେ ଡାଇବେଟିସ୍ରୁ ଦୂରେଇ ହେବାରେ ସହାୟତା ମିଳିଥାଏ। ଏହା ଶରୀରରେ ଇନସୁଲିନ୍ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଏହା ସହିତ ପାଚନ କ୍ରିୟାକୁ ମେଥିଗୁଣ୍ଡ ସ୍ବାଭାବିକ କରିବା ସହିତ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ତେଣୁ ଏହାକୁ ଅଭ୍ୟାସ କରି ଖାଇଲେ ସୁଫଳ ମିଳିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ୧୫୦୦ ମସିହାରେ ଏହାକୁ ବିଭିନ୍ନ ରୋଗ ଚିକିତ୍ସାରେ ପ୍ରଥମେ ଇଜିପ୍ଟରେ ବ୍ୟବହାର କରାଯାଇଥିଲା। ପରେ ଏହାର ବ୍ୟବହାର ଦକ୍ଷିଣ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ହୋଇଥିଲା।