ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ…

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌ ରସ ପିଇଲେ ଅନେକ ଉପକାର ମିଳିଥାଏ। ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ଏହାଦ୍ୱାରା ଉଚ୍ଚରକ୍ତ ଚାପ ଓ ଡାଇବେଟିସ୍‌ ସମସ୍ୟାରୁ ମୁକ୍ତି ମିଳେ। ଏଥିରେ ଥିବା ଭିଟାମିନ୍‌ ସି, ଭିଟାମିନ୍‌-ବି-୬ କର୍କଟ ରୋଗ ଆଶଙ୍କା କମ୍‌ କରିଥାଏ। ବିଟ୍‌ ରସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌, ଫସଫରସ୍‌ ଆଦି ରହିଥାଏ। ଏହା ସ୍ମୃତିଶକ୍ତି ବଢ଼ାଇବା ସହିତ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରେ।