Advertisement

ଡାଇବେଟିସ୍‌ ଓ ହାର୍ଟ ସମସ୍ୟାରୁ ମୁକ୍ତି ଦିଏ ଏହି ପାଣି

ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ଡାଇବେଟିସ୍‌ ଓ ହାର୍ଟ ସମସ୍ୟାରୁ ମୁକ୍ତି ମିଳିଥାଏ। ତ୍ରିଫଳା ପାଣିରେ ଲାକ୍ସାଟିଭ୍‌, ଭିଟାମିନ୍‌, ଖଣିଜ ଦ୍ରବ୍ୟ ଆଦି ପ୍ରଚୁର ପରିମାଣରେ ରହିଥାଏ। ନିୟମିତ ଏହି ପାଣି ପିଇଲେ ରକ୍ତସଞ୍ଚାଳନ ନିୟନ୍ତ୍ରିତ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ବୋଲି ନେଦରଲାଣ୍ଡର ଆମେଷ୍ଟରଡାମ୍‌ ବିଶ୍ୱବିଦ୍ୟାଳୟର ଚିକିତ୍ସା ବିଜ୍ଞାନ ବିଭାଗର ଗବେଷକ ସୂଚିତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel