ଡାଇବେଟିସ୍‌ ଦୂର କରିବ ଏହି ଜୁସ୍‌

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଉ ଜୁସ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଲାଉରେ ୯୦ ପ୍ରତିଶତ ପାଣି ଏବଂ ୧୦ ପ୍ରତିଶତ ଫାଇବର ଥାଏ। ଏଥିରେ କାର୍ବୋହାଇଡ୍ରେଡ୍‌ ମାତ୍ରା ଆଦୌ ନ ଥାଏ। ଏଥିପାଇଁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ ଲାଉ ଜୁସ ପିଅନ୍ତୁ। ନିୟମିତ ୨ ମାସ କରିବାପରେ କୋଲେଷ୍ଟରଲ ହ୍ରାସ ପାଇ ଥାଏ। ଲାଉ ଖାଇବା ଦ୍ୱାରା ପାଚକ ତନ୍ତ୍ର ମଜଭୁତ୍‌ ହୋଇଥାଏ।

Share