ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି। ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଜଣେ ଡାଇବେଟିସ ରୋଗୀ ଖାଦ୍ୟରେ ନିୟମିତ ମୂଳା ସାମିଲ କରନ୍ତି ତେବେ ସବୁ ରକ୍ତଶର୍କରା ପରିମାଣ ନିୟନ୍ତ୍ରଣରେ ରହେ। ଏହାସହ ସ୍ମରଣ ଶକ୍ତି ବଢାଇବାରେ ମୂଳା ଖୁବ ସହାୟକ ହୋଇଥାଏ। ଏଥିରେ ଭିଟାମିନ ସି ଥାଏ ଯାହା ଦାନ୍ତକୁ ମଜଭୁତ କରେ। ମୂଳା ଖାଇବା ଦ୍ୱାରା କେଶ ଝଡିବା ମଧ୍ୟ ବନ୍ଦ ହୋଇଯାଏ। ଏହାବ୍ୟତୀତ ମଧୁମେୟ ରୋଗୀଙ୍କ ପାଇଁ ମୂଳା ଖୁବ ଲାଭଦାୟକ ହୋଇଥାଏ। ପ୍ରତ୍ୟେକ ଦିନ ସକାଳୁ ଗୋଟେ ମୂଳା ଖାଇବା ଦ୍ୱାରା ଜଣ୍ଡିସ ଦୂର ହୋଇଥାଏ।