କଳାଜିରା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। କଳାଜିରାରେ ଥିବା ଭିଟାମିନ, ଆମିନୋ ଏସିଡ, ଆଇରନ, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଏଲ୍କୋଲାଇଡସ ଓ ଭେଲାଟାଇଲ ଭଳି ଅନେକ ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ସହିତ ତ୍ୱଚା ସମ୍ପନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ବିଭିନ୍ନ ଆୟୁର୍ବେଦ ଔଷଧ ତିଆରିରେ ମଧ୍ୟ କଳାଜିରା ବ୍ୟବହୃତ ହୋଇଥାଏ। ଡାଇବେଟିସ୍ ରୋଗୀ ସକାଳୁ ଅଳ୍ପ ଉଷୁମ ପାଣିରେ କଳାଜିରା ପକାଇ ଖାଇଲେ ଫଳପ୍ରଦ ହୋଇଥାଏ। କଳାଜିରା ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ। କଳାଜିରା ଖାଇଲେ ହଜମ ମଧ୍ୟ ହୋଇଥାଏ। ଆସ୍ଥମା ରୋଗୀଙ୍କ ପାଇଁ ମଧ୍ୟ କଳାଜିରା ବେଶ୍ ଉପକାରୀ। ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ମଧ୍ୟ କଳାଜିରା ଲାଭପ୍ରଦ ହୋଇଥାଏ।