ଶୀତଦିନେ ଟମାଟର ସୁପ୍ ପିଇବାର ମଜା ନିଆରା। ଟମାଟର ସୁପ୍ରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଭିଟାମି ଏ, ଇ, ସି, କେ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ଥାଏ। ଯାହା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିଥାଏ।
ଜାଣନ୍ତୁ ଟମାଟର୍ ସୁପ୍ର ଉପକାରୀ ଗୁଣ ବିଷୟରେ…
ଟମାଟର ସୁପ୍ରେ ଭିଟାମିନ୍ କେ ଏବଂ କ୍ୟାଲସିୟମ ଥିବାରୁ ଏହାକୁ ପିଇଲେ ହାଡ ମଜଭୁତ ହୋଇଥାଏ।
ଟମାଟର ସୁପ୍ ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ପାଣି ଏବଂ ଫାଇବର ମାତ୍ରା ଥିବାରୁ ଅଧିକ ସମୟ ଧରି ଭୋଗ ଲାଗେ ନାହିଁ।
ଡାଇବେଟିସ୍ ରୋଗୀଙ୍କ ପାଇଁ ଟମାଟୋ ସୁପ୍ ବେଶ୍ ଉପକାରୀ ହୋଇଥାଏ। ଏଥିରେ କ୍ରୋମିୟମ ଥାଏ, ଯାହା ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରେ।