ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଧନିଆ ପତ୍ର ପାଣି

ତରକାରୀ ହେଉ କି ସାଲାଡ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ରର ଆବଶ୍ୟକତା ପଡିଥାଏ। କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ, ଶରୀର ପାଇଁ ମଧ୍ୟ ଉପକାରୀ ଧନିଆ ପତ୍ର। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ବିଟା କ୍ୟାରୋଟିନ, ଭିଟାମିନ ସି ଭରପୂର ମାତ୍ରାରେ ଥାଏ। ଧନିଆ ପତ୍ର ପାଣି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥାଏ। ଏହା ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଧନିଆ ପତ୍ରକୁ ରାତିସାରା ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଉକ୍ତ ପାଣିକୁ ପିଇଲେ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ ରହେ। ଧନିଆ ପତ୍ରରେ ଲିନୋଲେଇକ ଏସିଡ ରହିଛି। ଏହା ରକ୍ତରେ କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ। ଧନିଆ ପତ୍ରରେ ଅଧିକ ମାତ୍ରାରେ ଆଇରନ ରହିଛି। ଏହା ଆନିମିୟା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।