ଡାଇବେଟିସ୍‌ ରୋଗୀ ପାଇଁ ଉପକାରୀ ଫଳ

ସାଧାରଣତଃ ଡାଇବେଟିସ ରୋଗୀଙ୍କୁ ଖାଦ୍ୟ ଉପରେ କଟକଣା ଲଗାଇଥାନ୍ତି ଡାକ୍ତର। ନ୍ୟୁଟ୍ରିସନର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡେ। ତେଣୁ ଡାଇବେଟିସ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ। ଆଉ ଫଳାହାର ଡାଇବେଟିସ ରୋଗୀଙ୍କ ପାଇଁ ନିହାତି ଆବଶ୍ୟକ…

ପିଜୁଳି
ପିଜୁଳିରେ ଫାଇବର, ଭିଟାମିନ-ଏ ଓ ଭିଟାମିନ-ସି ଅନେକ ମାତ୍ରାରେ ରହିଥାଏ। ରହିଛି। ଏହା ଡାଇବେଟିସ ଟାଇପ-୨ର ବିପଦକୁ ମଧ୍ୟ କମ କରିଥାଏ। ଏଥିରେ ରହିଥିବା ପୋଟାସିୟମ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

ଅମୃତଭଣ୍ଡା
ଅମୃତଭଣ୍ଡାରେ ବହୁ ପରିମାଣରେ ଭିଟାମିନ ଓ ନ୍ୟୁଟ୍ରିଏଣ୍ଟ୍ସ ରହିଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ଡାଇବେଟିସ ରୋଗୀଙ୍କୁ ବହୁତ ଲାଭ ମିଳିଥାଏ। ଏହା ସହ ଅମୃତଭଣ୍ଡାରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। ଯାହା ଶରୀରର କୋଷକୁ ଖରାପ ହେବାରୁ ରକ୍ଷା କରିବା ସହ ହାର୍ଟକୁ ସୁସ୍ଥ ରଖିଥାଏ।

ଡାଳିମ୍ବ
ଡାଇବେଟିସ ରୋଗୀଙ୍କର ହୃଦରୋଗ ହେବାର ଢେର ଆଶଙ୍କା ରହିଥାଏ। ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଶରୀରକୁ ଫ୍ରି ରେଡିକାଲ ଦ୍ୱାରା ହେଉଥିବା ବିପଦରୁ ରକ୍ଷା ମିଳିଥାଏ। କେବଳ ଏତିକି ନୁହେଁ ଏହା ରକ୍ତଚାପ ଓ ଡାଇବେଟିସକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

ତରଭୁଜ
ତରଭୁଜରେ ଭିଟାମିନ ଏ,  ବି-୬ ଓ ସି ରହିଛି। ତା’ ଛଡା ଏଥିରେ ଲାଇକୋପିନ, ଆମିନୋଏସିଡ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ତରଭୁଜ ପାଚନ ତନ୍ତ୍ରକୁ ଠିକ ରଖିବା ସହ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।