ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଏଥିରୁ ଅଧାକପ୍‌…

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଖାଲିପେଟରେ ଅଧାକପ୍‌ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ ଜିରାପାଣି ପିଇବା ଦ୍ୱାରା ଫାଇଦା ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ଅଛି। ଏହା ପିଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ଡାଇବେଟିସ୍‌ ଆଶଙ୍କା ଦୂର ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ସହିତ ଏଥିରେ କପର୍‌, ମାଙ୍ଗାନିଜ୍‌ ଆଦି ରହିଥାଏ। ଏସବୁ ରାସାୟନିକ ପଦାର୍ଥ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଜିରା ପାଣି ଶରୀରର ମେଟାବଲିଜିମ୍‌ କ୍ରିୟା ଠିକ୍‌ ରଖିବା ସହ ହଜମ ପ୍ରକ୍ରିୟାକୁ ସ୍ବାଭାବିକ କରିଥାଏ। ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Share