ଗ୍ବାଲିୟରର ଜିଓ୍ବାଜୀ ୟୁନିଭରସିଟିର ଛାତ୍ରମାନେ ଆମ୍ବପତ୍ରରୁ ଏକ ମଦ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦-୧୨ ପ୍ରତିଶତ ଆଲ୍କହଲ ରହିଛି। ଏହି ମଦ ଡାଇବେଟିସ୍ ଏବଂ ମେଦବହୁଳତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ମଦ ପ୍ରସ୍ତୁତି ପାଇଁ ୪୦-୪୫ ଦିନ ସମୟ ଲାଗିବ। ଏଥିରେ ଗ୍ଲୁକୋଜ, କାର୍ବୋହଇଡ୍ରେଟ୍, ପେପ୍ଟାନ୍ ପ୍ରୋଟିନର ମିଶ୍ରଣ ହୋଇଛି। କୌଣସି ଏକ ମେଡିସିନ୍ କମ୍ପାନୀ ସହିତ ଏମ୍ଓୟୁ ସାଇନ୍ ପାଇଁ ପ୍ରୟାସ ଜାରି ରହିଛି।
ଆମ୍ବପତ୍ରରେ ଥିବା ଗ୍ୟାଲିକ୍ ଏସିଡ୍, ପାରାସିଟିନ୍, କାଟେଚିନ୍ ଶରୀରରେ କୌଣସି କ୍ଷତି ହେବାକୁ ଦିଏନାହିଁ। ଏଥିରେ ଥିବା ଭିଟାମିନ୍ ସି’ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ କ୍ୟାଲସିୟମ ମଧ୍ୟ ରହିଛି। ଯାହା ହାଡ଼କୁ ମଜଭୁତ କରିବାରେ ସହାୟକ ହୋଇଥାଏ।