ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ମେଥି ସବୁଠୁ ଭଲ। ଏଥିପାଇଁ ଗଜା ମେଥି ମଧ୍ୟ ବ୍ୟବହାର କରିପାରିବେ। ରାତିରେ କିଛି ମେଥିକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହାର ପାଣି ପିଇଲେ ଡାଇବେଟିସ ରୋଗୀଙ୍କ ପାଇଁ ମହୌଷଧି ଭାବେ କାମ କରିଥାଏ। ନିୟମିତ ଭାବରେ ଏପରି କଲେ ଡାଇବେଟିସ ଆଶଙ୍କା କମ୍ ରହିଥାଏ। ଏହା ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହେବା ସହିତ ଇନ୍ସୁଲିନ୍ର ମାତ୍ରା ବଢ଼ାଇଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ରକ୍ତ ଶର୍କରା କମ୍ କରିବା ପାଇଁ ମେଥିକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ସୁଫଳ ମିଳିବ।