ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍‌ସର ଆଶଙ୍କା ବେଶି

ନ୍ୟୁୟର୍କ: ଓଭାରିଆନ୍‌ କ୍ୟାନ୍‌ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍‌-୧ ଓ ଟାଇପ୍‌-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ ଅନେକ ଦିନ ହେବ ଜାଣିବାକୁ ଗବେଷକମାନେ ଅନୁଧ୍ୟାନ କରୁଥିଲେ । ଏବେ ଆମେରିକାର ଗବେଷକମାନେ ଏ କ୍ଷେତ୍ରରେ ସଫଳତା ପାଇଛନ୍ତି। ବ୍ଲଡ୍‌ ସୁଗାର ସ୍ତର ସାଧାରଣ ଥିବା ଅବସ୍ଥା ତୁଳନାରେ ଏହି ସ୍ତର ଯେତେବେଳେ ଅଧିକ ରହିଥାଏ ସେତେବେଳେ ଡିଏନ୍‌ଏକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଡିଏନ୍‌ଏ କ୍ଷତି ହେବା ଯୋଗୁ ଡାଇବେଟିସ୍‌ ପୀଡିତଙ୍କୁ କ୍ୟାନ୍‌ସର ହେବା ଆଶଙ୍କା ବୃଦ୍ଧି ପାଇଥାଏ। ଏହି ବିପଦ ନିଦ୍ଦିର୍ର୍ଷ୍ଟ କେତେକ କ୍ୟାନ୍‌ସର ପାଇଁ ଅଢେଇଗୁଣ ଅଧିକ ରହିଥିବା ଗବେଷଣାରୁ ଜଣାପଡିଛି। ଆମେରିକାର କ୍ୟାନ୍‌ସର ଓ ଡାଇବେଟିସ୍‌ ଉପରେ ଗବେଷଣା କରୁଥିବା ସଂସ୍ଥା ‘ସିଟି ଅଫ୍‌ ହୋପ୍‌ ଦ୍ୱାରା ଏହି ଗବେଷଣା କରାଯାଇଥିଲା। ଏହି ତଥ୍ୟକୁ କାଲିଫର୍ନିଆର ଶାନ୍‌ ଡିଏଗୋରେ ଅନୁଷ୍ଠିତ ହେବାକୁ ଥିବା ଆମେରିକାନ୍‌ କେମିକାଲ ସୋସାଇଟିର ଜାତୀୟସ୍ତରୀୟ ଆଲୋଚନାଚକ୍ର ଓ ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇଛି।

Share