Categories: ଖେଳ

ଡାଇମଣ୍ଡ ଲିଗ୍‌: ଅନୁ ରାଣୀଙ୍କୁ ୭ମ ସ୍ଥାନ

ଲାଉସାନେ, ୬।୭ (ପି.ଟି.): ଜାତୀୟ ରେକର୍ଡର ଅଧିକାରିଣୀ ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜର ପ୍ରଥମ ଡାଇମଣ୍ଡ ଲିଗ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ରେ ୭ମ ସ୍ଥାନ ହାସଲ କରିଛନ୍ତି। ମହିଳା ଜାଭେଲିନ୍‌ ଥ୍ରୋ’ର ୩ୟ ରାଉଣ୍ଡରେ ଅନୁରାଣୀ ୫୯.୩୫ ଦୂରତା ଲାଭ କରିଥିଲେ, ଯାହାକି ତାଙ୍କ ଜାତୀୟ ରେକର୍ଡ (୬୨.୩୪ ମିଟର) ପ୍ରଦର୍ଶନଠାରୁ ଆହୁରି ନୈରାଶ୍ୟଜନକ ରହିଥିଲା। ମାର୍ଚ୍ଚରେ ଅନୁଷ୍ଠିତ ଫେଡରେଶନ କପ୍‌ରେ ଅନୁରାଣୀ ଏହି ଦୂରତା ହାସଲ କରି କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଜର୍ମାନୀର କ୍ରିଷ୍ଟିନା ହସଙ୍ଗ (୬୬.୫୯) ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Share