ଡାଏଟ୍‌ରେ ସାମିଲ୍‌ କରନ୍ତୁ ଭିଟାମିନ୍‌ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟ…

ଭିଟାମିନ୍‌ ବି-କମ୍ପ୍ଲେକ୍ସ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସ ପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମ କଲେ ହାଲିଆ ଲାଗେ। ଏହାର ଅଭାବରେ ଡିପ୍ରେସନ ହେବାର ଆଶଙ୍କା ବଢ଼ିଥାଏ। ତେଣୁ ସୁସ୍ଥ ରହିବା ପାଇଁ ସବୁବେଳେ ସନ୍ତୁଳିତ ଆହାର ଖାଇବା ଆବଶ୍ୟକ। ଭିଟାମିନ୍‌ ବି-କମ୍ପ୍ଲେକ୍ସ ମସ୍ତିଷ୍କକୁ କ୍ରିୟାଶୀଳ କରେ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ କଲେଜର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ଭିଟାମିନ୍‌ ବି-କମ୍ପ୍ଲେକ୍ସ ଶରୀରରେ ମେଟାବଲିଜିମ୍‌ ବୃଦ୍ଧି କରାଇଥାଏ। ଫଳରେ ଶରୀରରେ ଡିଏନଏ ଓ ଲୋହିତ ରକ୍ତ କଣିକା ତିଆରି କାର୍ଯ୍ୟ ତ୍ୱରାନ୍ବିତ ହୋଇଥାଏ। ମାଛ,ମାଂସ ଓ ଅଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-କମ୍ପ୍ଲେକ୍ସ ରହିଥାଏ । ସେହିପରି ଶାକାହାରୀ ଖାଦ୍ୟ ମଧ୍ୟରେ କ୍ଷୀର,ପନିର, ସୋୟା ମିଲକ୍‌, ଆଳୁ, ଗାଜର,ମୂଳା ଓ ବିଟ୍‌ରେ ଭିଟାମିନ୍‌ ବି-କମ୍ପ୍ଲେକ୍ସ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ଭିଟାମିନ୍‌ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କଲେ ଅନେକ ସୁଫଳ ମିଳିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।