ଡାଏଟ୍‌ ଭୁଲିଲେ ଫିଟ୍‌ କୁଇନ୍‌

ମୁମ୍ବାଇ: ନିଜର ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍‌ ବିୟୁଟି ଶିଳ୍ପା ସେଟ୍ଟି। ସୋସିଆଲ ମିଡିଆରେ ବି ସେ ଖୁବ୍‌ ଆକ୍ଟିଭ୍‌। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଶିଳ୍ପା ମାଖନ ମଲାଇର ମଜା ନେଉଥିବା ଦେଖାଯାଉଛି। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମର ଶୁଟିଂ ପାଇଁ ନବାବଙ୍କ ସହର ଲକ୍ଷ୍ନୌରେ ଥିବା କୁହାଯାଏ। ଆଉ ସେଠାରେ ଥାଇ ସେ ବୋଧହୁଏ ତାଙ୍କ ଡାଏଟ୍‌ ଚାର୍ଟ କଥା ଭୁଲି ଯାଇଛନ୍ତି ବୋଲି କୁହାଯାଉଛି। ଶିଳ୍ପା ତାଙ୍କ ଡାଏଟ୍‌ ଅନୁଯାୟୀ କେବଳ ରବିବାର ମିଠା ଖାଆନ୍ତି। ତେଣୁ ସେ ଏହି ଭିଡିଓଟି ପୋଷ୍ଟ କରିବା ସମୟରେ ରବିବାରର ମଜା ନେଉଛନ୍ତି ବୋଲି ଲେଖିଛନ୍ତି। ଆଉ ମାଖନ ମଲାଇ ବେଶୀ ବା କମ୍‌ ମିଠା ନୁହେଁ। ଆଉ ତା’ସହ ଗରମ ଜିଲାପିର ମଜାବି ନିଆରା ବୋଲି ସେ କହିଛନ୍ତି। ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ନିକମ୍ମା’ର ଶୁଟିଂ ପାଇଁ ଏବେ ଲକ୍ଷ୍ନୌରେ ରହିଛନ୍ତି।

Share