ଡାଏନୋସର କହିବ ‘ହ୍ୟାଲୋ’!

ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍‌ ବୁକ୍‌ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ। କିଛି ସମୟ ପରେ କଲିଂ ବେଲ୍‌ ବାଜିଲା। ଆପଣ କବାଟ ଖୋଲିଲେ ତ ଆପଣଙ୍କ ଆଗରେ ଗୋଟେ ବିଶାଳ ଡାଇନୋସର। ଯିଏ ଆପଣଙ୍କୁ ହ୍ୟାଲୋ ବୋଲି କହୁଛି। ଭାବନ୍ତୁ, କ’ଣ ହେବ ଆପଣଙ୍କ ଅବସ୍ଥା। ଆପଣ ହୋଟେଲରେ ରହିବେ କ’ଣ? ଖାଇବା ପାଇଁ ବରାଦ ଦେବେ କ’ଣ? ଆପଣ କେମିତି ଜୀବନ ନେଇ ଆସିବେ ତା’ର ଠିକଣା ପାଇବେନି। ତେବେ ଏହା ତୁଚ୍ଛା ଗପ ନୁହେଁ। ଏମିତିକା ହୋଟେଲ୍‌ଟିଏ ଅଛି ଜାପାନର ନାଗାସାକି ସହରରେ। ଯେଉଁଠି ଡାଇନୋସର ଭଳି ବିଲୁପ୍ତ ଜୀବମାନଙ୍କୁ ହୋଟେଲ ସର୍ଭ କରିବାର ଦାୟିତ୍ୱ ଦିଆଯାଇଛି। ତେବେ ଏସବୁ ସତସତିକା ନୁହନ୍ତି; ରୋବୋଟ୍‌। ଅବଶ୍ୟ ପୂର୍ବରୁ କଷ୍ଟମରମାନଙ୍କୁ ଏ ବିଷୟରେ ଅବଗତ କରେଇ ଦିଆଯାଏ। ଫଳରେ କୌଣସି ଅସୁବିଧା ହୁଏ ନାହିଁ। ଓଲଟି କଷ୍ଟମରମାନେ ଡାଇନୋସର ଅଥବା ବଡ଼ ବଡ଼ ବିଲୁପ୍ତ ପ୍ରାଣୀଙ୍କଠାରୁ ସର୍ଭିସ୍‌ ପାଇ ନିଜର ଛୁଟିକୁ ସ୍ମରଣୀୟ କରିପାରିଥାନ୍ତି।

Share