ଡାକବଙ୍ଗଳା ମହିଳା ସୁଇପରଙ୍କୁ ଗଳାକାଟି ହତ୍ୟା

ବାଲେଶ୍ୱର ଅଫିସ,୧୮ା୬: ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅଧୀନରେ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳାର ମହିଳା ସୁଇପରଙ୍କୁ ବୁଧବାର ରାତିରେ କିଛି ଦୁର୍ବୃତ୍ତ ବଳାତ୍କାର କରିବା ସହ ଗଳାକାଟି ହତ୍ୟା କରିଥିବାର ଜଣାପଡ଼ିଛି। ମୃତକ ଜୁମୁନୀ ବିବି (୪୫) ଉକ୍ତ ଡାକବଙ୍ଗଳାରେ ଏକାକୀ ରହୁଥିଲେ। ଗୁରୁବାର ପୂର୍ବାହ୍ନରେ ଏହା ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।