Posted inଖେଳ

ଡାକାର ରାଲିରେ ଗନ୍‌କ୍ଲେଭ୍ସଙ୍କ ମୃତ୍ୟୁ

ରିୟାଦ, ୧୩ା୧ (ପି.ଟି.)-ହିରୋ ମୋଟର ସ୍ପୋଟର୍‌ସ ଟିମ୍‌କୁ ଶକ୍ତ ଧକ୍କା ଲାଗିଛି। ସୌଦି ଆରବରେ ଚାଲିଥିବା ଡାକାର ରାଲିର ୭ମ ଷ୍ଟେଜ୍‌ ବେଳେ ଏହାର ପର୍ତ୍ତୁଗିଜ୍‌ ରାଇଡର ପଲୋ ଗନକ୍ଲେଭ୍ସଙ୍କ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୦୦୬ରେ ପଦାର୍ପଣପରଠାରୁ ୪୦ବର୍ଷୀୟ ପଲୋଙ୍କ ଏହା ଥିଲା ୧୩ତମ ଡାକାର ରାଲି । ରବିବାର ରାଜଧାନୀ ରିୟାଦଠାରୁ ଓ୍ବାଦି ଅଲ୍‌ ଦାଓ୍ବାସିର ପର୍ଯ୍ୟନ୍ତ ୨୭୬ କିଲୋମିଟର ସ୍ପେଶାଲ ଷ୍ଟେଜ୍‌ରେ ସେ ହୃଦ୍‌ଘାତରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଖବରପାଇବାପରେ ଆୟୋଜକଗଣ ତାଙ୍କୁ ଏକ ମେଡିକାଲ ହେଲିକପ୍ଟରରେ ଲେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ୨୦୧୫ରେ ରନର୍ସଅପ୍‌ ହୋଇଥିବା ଗନ୍‌କ୍ଲେଭ୍ସ ଚଳିତ ସଂସ୍କରଣରେ ୪ଥର ଟପ୍‌ ଟେନ୍‌ରେ ରହିଥିଲେ। ସେ ୨୦୧୩ ଏଫଆଇଏମ୍‌ କ୍ରସ୍‌ କଣ୍ଟ୍ରି ରାଲି ଓ୍ବାଲର୍‌ଡ ଚାମ୍ପିୟନ ଟାଇଟଲ ଜିତିଥିଲେ। ୨୦୧୫ରେ ଆର୍ଜେଣ୍ଟିନାରେ ପୋଲଣ୍ଡ ମୋଟରସାଇକେଲ ରାଇଡର ମିଚାଲ ହେନରିକ୍‌ଙ୍କ ପରେ ଏହି କଷ୍ଟସାଧ୍ୟ ଇଭେଣ୍ଟରେ ମୃତ୍ୟୁ ବରଣ କରିବାରେ ଗନ୍‌କ୍ଲେଭ୍ସ ହେଉଛନ୍ତି ପ୍ରଥମ ପ୍ରତିଯୋଗୀ। ରବିବାର ୫୪୬ କିଲୋମିଟର ବିଶିଷ୍ଟ ଷ୍ଟେଜ୍‌ ଇଭେଣ୍ଟର ସବୁଠାରୁ ଦୀର୍ଘତମ। ସ୍ପେନ୍‌ର ଜୋହାନ ବାରେଡା ଜିତିଥିବାବେଳେ ଆମେରିକାର ରିକି ବ୍ରାବେକ୍‌ ଓଭର ଅଲ ଅଗ୍ରଣୀରେ ତାଙ୍କ ସ୍ଥାନ ଆହୁରି ମଜଭୁତ କରିଛନ୍ତି। ଅଷ୍ଟ୍ରେଲିଆର ତଥା ଗତଥରର ଚାମ୍ପିୟନ ଟୋବି ପ୍ରାଇସ୍‌ ବାରେଡାଙ୍କଠାରୁ ଏକ ଘଣ୍ଟା ଏବଂ ୨୦ ମିନିଟ ପଛରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ବାଟରେ ଅଟକି ସେ ଗନକ୍ଲେଭ୍ସଙ୍କୁ ସହାୟତା କରିଥିବାରୁ ତାଙ୍କ ପୋଜିଶନର ପୁନଃ ମୂଲ୍ୟାୟନ କରାଯିବ। ଅନ୍ୟପକ୍ଷରେ କାର୍‌ କାଟେଗୋରିରେ ଦୁଇଥର ଡାକାର ବିଜେତା ସ୍ପେନର କାର୍ଲୋସ ସେଞ୍ଜ୍‌ ଇଭେଣ୍ଟରେ ତୃତୀୟ ଥର ଷ୍ଟେଜ୍‌ ବିଜେତା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ସିରାଜ ପରେ ବଟଲରଙ୍କ ଝଡ଼, ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କଲା ଗୁଜୁରାଟ

ବେଙ୍ଗାଲୁରୁ,୨।୪: ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କରିଛି। ଆଇପିଏଲ ୨୦୨୫ରେ, ଆରସିବି ପ୍ରଥମ ଥର ପାଇଁ ତାର ଘରୋଇ ଗ୍ରାଉଣ୍ଡ...

ଶୀର୍ଷରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ

ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ...

ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍‌ସନ

ବେଙ୍ଗାଲୁରୁ,୨ା୪: ସଞ୍ଜୁ ସାମ୍‌ସନ ଚଳିତ ଆଇପିଏଲ୍‌ରେ ଉଇକେଟ୍‌ କିପିଂ କରିବା ସହ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କୁ ଏଥିଲାଗି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ଠାରୁ...

ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

କଟକ,୨।୪: ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀ ଷ୍ଟାଡିୟମରେ ଖୁବଶୀଘ୍ର ଟି-୨୦ ମ୍ୟାଚ୍ ଦେଖିବାର ସୁଯୋଗ ମିଳିବ। କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

ଦିନେ ଗୁପଚୁପ ବିକ୍ରି କରୁଥିବା Yashasvi Jaiswal ଯେଉଁ ଟିମ ପାଇଁ ହୋଇଥିଲେ ସୁପରଷ୍ଟାର, ଆଜି ଛାଡିବାକୁ ଯାଉଛନ୍ତି ସେହି ଟିମକୁ…

ନୂଆଦିଲ୍ଲୀ,୨।୪: ମୁମ୍ବାଇ ଦଳର ଓପନର ଯଶସ୍ବୀ ଜୟସୱାଲ ମଙ୍ଗଳବାର ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଏକ ମେଲ ଲେଖିଥିଲେ। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଯଶସ୍ବୀ ଜୟସୱାଲ...

ରାଜ୍ୟସ୍ତରୀୟ ଅସ୍ମିତା ହକି ପ୍ରତିଯୋଗିତାରେ ଦେବଗଡ ଦଳର ସଫଳତା: ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ରାଉରକେଲାସ୍ଥିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ହକି ପ୍ରତିଯୋଗୀତାରେ...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image