ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣା: ୨ କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣାରେ ଶନିବାର ୨ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ, ବରଗଡ଼ ସବ୍‌ଜେଲରେ କାର୍ଯ୍ୟରତ କିରଣ ଯୋଶୀ ଏବଂ ରମେଶ ହରି ।
ପ୍ରକାଶ ଯେ, ବରପାଲିର ନକୁଳ ମାଝି ଗତ ଜୁନ ମାସରେ ସଂଘଟିତ ଜମୁର୍ଡା ଗୁଳିକାଣ୍ଡ, ବରପାଲିରେ ମହଦା ସରପଞ୍ଚଙ୍କୁ ପିସ୍ତଲ ମୁନରେ ଧମକ ମାମଲାରେ ଗିରଫ ହୋଇ ସ୍ଥାନୀୟ ବରଗଡ଼ ସବ୍‌ଜେଲରେ ବିଚାରାଧୀନ ବନ୍ଦୀଭାବେ ସେ ରହିଥିଲେ। ଗୁରୁବାର ବିଚାରପତିଙ୍କ ସମ୍ମୁଖରେ ହାଜର କରିବା ପାଇଁ ତାଙ୍କୁ ସବ୍‌ଜେଲରୁ ବରଗଡ କୋର୍ଟକୁ ନିଆଯାଇଥିଲା। ତେବେ ପୋଲିସ ହେପାଜତରେ ଥିବାବେଳେ ନକୁଳ କୌଣସି ଧାରୁଆ ଅସ୍ତ୍ରରେ ହାତ ସମେତ ଶରୀରର ବିଭିନ୍ନ ସ୍ଥାନକୁ କାଟି ହୋଇଥିଲେ। ପରେ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପୋଲିସ ସୁରକ୍ଷା ମଧ୍ୟରେ ଚିକିତ୍ସାଧୀନ ଥିବାବେଳେ ବିଳମ୍ବିତ ରାତ୍ରିରେ ସେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛରୁ ପଡି ଯୁବକ ଗୁରୁତର

ବଲାଙ୍ଗୀର, ୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ସୁଦପଡା ଆମ୍ବ ଗଛରୁ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ...

ଶିବ ବିଇଏମ୍‌ସିରେ ମନ୍ତ୍ରୀଙ୍କ ପ୍ରତିନିଧି

ବ୍ରହ୍ମପୁର,୧୩ା୪(ନରସିଂହ ସାହୁ): ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ପ୍ରତିନିଧି ରୂପେ ଶିବ...

Gold Price: ୭୫ହଜାର ଟଙ୍କା ଖସିଯିବ ସୁନାଦର! ଜଣାପଡିଲା କେଉଁଦିନ ହେବ

ନୂଆଦିଲ୍ଲୀ,୧୩।୪: ଗତ କିଛି ସପ୍ତାହ ଧରି ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ 24 କ୍ୟାରେଟ ସୁନାର ମୂଲ୍ୟ 5,010 ଟଙ୍କା...

ଅପରାଜିତାଙ୍କୁ ସୁଲୋଚନାଙ୍କ ଟାର୍ଗେଟେ : ତାଙ୍କ ପାଇଁ ଦଳ ବଡ଼, ସହର…

ଭୁବନେଶ୍ୱର,୧୩।୪: ରାଜଧାନୀ ପ୍ରତିଷ୍ଠା ଦିବସରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ବର୍ଷିଛନ୍ତି। ସୁଲୋଚନା କହିଛନ୍ତି, ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ...

ଜଳୁଛି ପଶ୍ଚିମବଙ୍ଗ; ଆଜି ସକାଳେ ମୁର୍ଶିଦାବାଦର ଧୂଲିଆନରେ ପୁଣି ଗୁଳିକାଣ୍ଡ, ୨ ଶିଶୁ…

କୋଲକାତା,୧୩।୪: ଓ୍ବକ୍‌ଫ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ଆରମ୍ଭ ହୋଇଥିବା ବିକ୍ଷୋଭ  ଉଗ୍ରରୂପ ନେଇଛି।  ରବିବାର ପୁଣି ଥରେ...

ଲୁରୁ ଗ୍ରାମ ସରକାରୀ ଯୋଜନା ଫେଲ୍‌: ରାତିରେ ଜଙ୍ଗଲ ଭିତରୁ ପାନୀୟ ଜଳ ସଂଗ୍ରହ କରି ଆଣି ଚଳୁଛନ୍ତି

ପାରଳାଖେମୁଣ୍ଡି,୧୩ା୪(ଗିରିଧାରୀ ପରିଛା): ସରକାର ବିଭିନ୍ନ ଯୋଜନା ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକାରୀ କରୁଥିବା ବେଳେ ଏହା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନି। ଗଜପତି ଜିଲା ଆଦିବାସୀ...

୭୮ ବର୍ଷରେ ରାଜଧାନୀ ଭୁବନେଶ୍ୱର: ବିକାଶଧାରାରେ ନୂଆ ସହର

ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍‌, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି...

୩ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର: ଜିଲା ଭାଜପା ସଭାପତିଙ୍କୁ ଫେରାଦ

ପାଟଣା,୧୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପାଟଣା ବିଧାୟକ ଓ ସଙ୍ଗଠନ ଦାୟିତ୍ୱରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image