ଡାକ୍ତରଖାନା ଓ ଆରଟିଓ ଅଫିସରୁ ୪ ଦଲାଲ ଗିରଫ

ବାରିପଦା ଅଫିସ,୨୭ା୯- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ରାଇରଙ୍ଗପୁରସ୍ଥିତ ଅତିରିକ୍ତ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଗୁରୁବାର ପୋଲିସ ୪ ଦଲାଲଙ୍କୁ ଗିରଫ କରିଛି। ମେଡ଼ିକାଲ କଲେଜ ପରିସରରୁ ଗିରଫ ହୋଇଥିତ୍ବା ଦଲାଲମାନେ ହେଲେ ଅଜୟ କୁମାର ମହାନ୍ତ, ମହମ୍ମଦ ସମୀର ଓ ବିନୋଦ ମିଶ୍ର। ସେହିପରି ଆରଟିଓ ଅଫିସ ପରିସରରୁ ଗିରଫ ହୋଇଥିବା ଦଲାଲ ହେଲେ ସୁଶାନ୍ତ କୁମାର ମହାନ୍ତ। ଏହି ଦଲାଲମାନେ ରୋଗୀଙ୍କୁ ପ୍ରଲୋଭିତ କରି ବିଭିନ୍ନ ଘରୋଇ ହସପିଟାଲକୁ ପଠାଇବା ସହ ଶୋଷଣ କରୁଥିବା ଓ ଡ୍ରାଇଭିଂ ଲାଇସେନ୍ସ କରାଇ ଦେବା ପାଇଁ ଗାଡ଼ି ଚାଳକମାନଙ୍କୁ ଠକୁଥିବା ଅଭିଯୋଗ ହୋଇ ଆସୁଥିତ୍ଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି।