Categories: ରାଜ୍ୟ

ଡାକ୍ତରଖାନା ପାଇଖାନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଜଗତ୍‌ସିଂହପୁର ଅଫିସ, ୧୦।୬: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟ ପାଇଖାନାରୁ ସୋମବାର ସକାଳେ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଶୌଚ ହେବାକୁ ଯାଇଥିବା ବେଳେ ପାଇଖାନାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଡାକ୍ତରଖାନାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଖବର ଦେଇଥିଲେ। ପରେ ଶିଶୁର ମୃତଦେହକୁ ପାଇଖାନାରୁ ଉଦ୍ଧାର କରାଯାଇଛି। ମୃତ ଶିଶୁଟି ଜନ୍ମ ହେବା ପରେ ତାକୁ ନ ନେଇ କେହି ପାଇଖାନାରେ ପକାଇ ଦେଇଥିବା କୁହାଯାଉଛି।

Share