Categories: ଜାତୀୟ

ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉ: ହେମା

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ଶୁକ୍ରବାର ଉପସ୍ଥାପିତ ହେବ। ହେଲେ ଗୁରୁବାର ମଥୁରାର ଭାଜପା ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା କଥା ଉଠାଇଛନ୍ତି। ସେ କହିଛନ୍ତି ଡାକ୍ତରମାନଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏମିତି ଏକ କଡା ଆଇନ ପ୍ରଣୟନ କରିବା ଦରକାର ଯଦ୍ୱାରା ଆକ୍ରମଣକାରୀଙ୍କୁ ହସ୍ପିଟାଲର କୌଣସି ସୁବିଧା ସୁଯୋଗ ଯେପରି ନ ମିଳେ। ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତମାନେ ହେଉଛନ୍ତି ଆମର ସୁପରହିରୋ ଓ ରାଷ୍ଟ୍ରୀୟ ସମ୍ପତ୍ତି। ଆମେ ଯେଭଳି ଭଗବାନଙ୍କ ଉପରେ ଭରସା କରୁଛୁ ସେହିଭଳି ଡାକ୍ତରଙ୍କ ଉପରେ ମଧ୍ୟ ଭରସା କରିବା ଉଚିତ୍‌। ତେଣୁ ଡାକ୍ତରଙ୍କ ସୁରକ୍ଷା ପାଇଁ କଡା ନିୟମ ଲାଗୁ ହେବା ସହ ଆକ୍ରମଣକାରୀଙ୍କୁ ବ୍ଲାକଲିଷ୍ଟ କରିବାକୁ ହେମା ଦାବି କରିଛନ୍ତି।

Share