ଡାକ୍ତରଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୩ ମାସ କାରାଦଣ୍ଡାଦେଶ

ରାଇରଙ୍ଗପୁର,୨୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ପଣ୍ଡୁପାଣି ଗ୍ରାମରେ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ଆକ୍ରମଣ ଓ ର୍ଦୁବ୍ୟବହାର କରିବା ମାମଲାର ବିଚାର କରି ରାଇରଙ୍ଗପୁର ଏସ୍‌ଡିଜେଏମ କୋର୍ଟର ବିଚାରପତି ସତ୍ୟବ୍ରତ ରଣା ଅଭିଯୁକ୍ତଙ୍କୁ ୩ ମାସ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ହୁଡିଙ୍ଗ ଟୁଡୁ। ୨୦୧୧ ଏପ୍ରିଲ ୧୨ ତାରିଖରେ ଡା.ଅଜୟ କୁମାର ଦଳବେହେରାଙ୍କୁ ଅଭିଯୁକ୍ତ ହୁଡିଙ୍ଗ ର୍ଦୁବ୍ୟବହାର କରିବା ସହ ଆକ୍ରମଣ କରିଥିବା ତିରିଂ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୧୪/୧୧) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।