ଡାକ୍ତରଙ୍କୁ ଦରମା ନ ମିଳିବା ନେଇ ମତ ରଖିଲେ ସୁପ୍ରିମକୋର୍ଟ: କହିଲେ, ଯୁଦ୍ଧରେ ସୈନ୍ୟଙ୍କୁ କରିପାରିବ ନାହିଁ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୨।୬: କରୋନା ଭାଇରସ୍‌ ବିରୋଧରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଦରମା ନ ମିଳିବା ଏବଂ ତାଙ୍କର ଉପଯୁକ୍ତ ରହଣୀ ବ୍ୟବସ୍ଥାକୁ ନେଇ ଶୁକ୍ରବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ‘ଯୁଦ୍ଧ ସମୟରେ ସୈନ୍ୟଙ୍କୁ ଅସନ୍ତୁଷ୍ଟ କରିପାରିବ ନାହିଁ’। କାରଣ କରୋନା ଯୁଦ୍ଧରେ ସେମାନେ ଦିନରାତି ଏକ କରି ନିଜର ଜୀବନକୁ ପାଣି ଛଡ଼ାଇ ସେବା କରୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସମସ୍ତ ଦାବିକୁ ତୁରନ୍ତ ପୁରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଯୋଦ୍ଧାଙ୍କୁ ଠିକ୍‌ ସମୟରେ ଦରମା ନ ଦେବା ଓ ଆବଶ୍ୟକୀୟ ସୁବିଧା ଯୋଗାଇ ନ ଦେବା ମାମଲାରେ କୋର୍ଟକୁ ସାମିଲ ନ କରିବା ଉଚିତ। ଏହାକୁ ସରକାର ନିଜେ ସମାଧାନ କରନ୍ତୁ ବୋଲି ବିଚାରପତି ଅଶୋକ ଭୂଷଣ, ସଞ୍ଜୟ କିଶାନ କେଲ ଓ ଏମ୍‌ ଆର୍‌ ଶାହାଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ ସରକାରଙ୍କୁ ଏଭଳି ରାୟ ଶୁଣାଇଛନ୍ତି।

Share