ଡାକ୍ତରଙ୍କୁ ଭଣ୍ଡେଇଲେ ସୁନ୍ଦରୀ ଯୁବତୀ, ଆକାଉଣ୍ଟରୁ ନେଇଗଲେ ଏତିକି ଟଙ୍କା, ଆଉ ତା’ ପରେ…

ତାଳଚେର,୭ା୮(ନି.ପ୍ର.): ଜଣେ ଯୁବତୀ ନିଜକୁ ଏକ ବଡ଼ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଜଣେ ବରିଷ୍ଠ ତଥା ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ଶେଷରେ ତାଳଚେର ଟାଉନ ଥାନା ପୋଲିସ ହାତରେ ଗିରଫ ହେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଶିବ ମନ୍ଦିର ନିକଟରେ ନିଜ ଭାଇଙ୍କ ଘରେ ରହି ଡାକ୍ତରୀ କାର୍ଯ୍ୟ କରୁଥିଲେ। ଏହି ସମୟରେ କୋଲିୟରୀ ଥାନା ଅନ୍ତର୍ଗତ ମଝିକା ଗ୍ରାମର ବାଜାଜ୍‌ ଆଲିଆଞ୍ଜ କମ୍ପାନୀ ଏଜେଣ୍ଟ କହି ଦୀପା ଓରଫ ସୁପ୍ରିୟା ସ୍ବାଇଁ ଡାକ୍ତରଙ୍କ ସହ ଘରୋଇ ସମ୍ପର୍କ ରକ୍ଷା କରି ବିଶ୍ୱାସଭାଜନ ହୋଇଥିଲେ। ଏହାର ସୁଯୋଗ ନେଇ ସୁପ୍ରିୟା ଡାକ୍ତରଙ୍କ ଅଜାଣତରେ ତାଙ୍କର ତାଳଚେର ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟ୍‌ରୁ ପୃଥକ ପୃଥକ୍‌ ଭାବେ ୧୫ ଥରରେ ଟ.୪,୫୭,୩୮୫.୮୪/ ଅତି ଚତୁରତାରର ସହ ଉଠାଇ ନେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବିଜୟ ତାଳଚେର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସୁପ୍ରିୟାଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ। ଏନେଇ ତାଳଚେର ଥାନାରେ ୩୭୪/୨୦ ଦଫା ୪୨୦ରେ ଏକ ମାମଲା ରୁଜୁ କରାଯାଇଛି।

Share