Categories: ଫୁରସତ

ଡାକ୍ତରଙ୍କୁ ଭୁଲ ପ୍ରମାଣିତ କଲେ ୫ ବର୍ଷର ପୁଅ

ଆମେରିକାର ଜର୍ଜିଆରେ ରହୁଥିବା ଜଣେ ୫ ବର୍ଷର ପୁଅ ଡାକ୍ତରଙ୍କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ହେଲେ କାମଡେନ ବ୍ରୋକ୍‌ ହେନସନ।
କାମଡେନ ସେରେବେଲାର ଆଟ୍ରୋଫି ରୋଗରେ ପୀଡିତ। ଏହା ମସ୍ତିଷ୍କର ଉକ୍ତ ସ୍ଥାନକୁ କ୍ଷତି ପହଞ୍ଚାଇଥାଏ ଯାହା ସମନ୍ବୟ, ସନ୍ତୁଳନ ଏବଂ ବକ୍ତବ୍ୟକୁ ନିୟନ୍ତ୍ରିତ କରିଥାଏ। ତେଣୁ କାମଡେନ ମାତ୍ର ୧୮ ମାସ ବୟସରୁ ଫିଜିଓଥେରାପି ନେଉଛନ୍ତି। ତାଙ୍କ ମା’ ମ୍ୟାଣ୍ଡି ହେନସନଙ୍କ କହିବା ଅନୁସାରେ, କାମଡେନ ଥରେ କିମ୍ବା ୨ ଥର ଛିଡ଼ା ହୋଇ ଚାଲିବାକୁ ଚେଷ୍ଟା କରିଥିଲା। ମାତ୍ର ସେ ଚାଲିପାରି ନ ଥିଲା ଏବଂ ତଳେ ପଡ଼ିଯାଇଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ପୁଅ ସେରେବେଲାର ଆଟ୍ରୋଫିରେ ପୀଡିତ ଥିବା ଜଣାପଡ଼ିଥିଲା। ସେ କେବେ ସ୍ବାଧୀନ ଭାବେ ଚାଲିପାରିବ ନାହିଁ ବୋଲି ଅନେକ ଡାକ୍ତର ତାଙ୍କୁ କହିଥିଲେ। କିନ୍ତୁ କାମଡେନ ହଠାତ୍‌ ଏବେ ଛିଡ଼ା ହୋଇ ଚାଲିବାକୁ ଲାଗିଲେ। ଏହି ମୂହୁର୍ତ୍ତକୁ ମା’ ଆଦୌ ହେଲେ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ। ସେ ନିଜ କ୍ୟାମେରାରେ ଏହାକୁ କଏଦ କରି ରଖିଛନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share