ଡାକ୍ତରଙ୍କୁ ମାଡ଼ ଅଭିଯୋଗ: ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଚଳ, ରୋଗୀ ହନ୍ତସନ୍ତ

ଆଳି,୧୯।୩(ଡି.ଏନ୍‌.ଏ.): ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗରେ ଗୁରୁବାର ସକାଳୁ ମେଡିକାଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମେଡିକାଲରେ ଡାକ୍ତର ନ ଥିବାରୁ ଶହ ଶହ ରୋଗୀ ମେଡିକାଲକୁ ଆସି ଫେରୁଥିବା ଦେଖିବାକୁ ମିଳିଛି l କେବଳ ଜଣେ ମାତ୍ର ଡାକ୍ତର ଏମର୍ଜେନ୍ସି ୱାର୍ଡରେ ରୋଗୀ ଦେଖୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିପ୍ରାୟ ୧୧ଟା ସମୟରେ ଆଳି ମେଡିକାଲର ଡାକ୍ତର ଅଜୟ ମହାରଣା ଡ୍ୟୁଟିରେ ଥିବା ସମୟରେ ୩ ଜଣ ବ୍ୟକ୍ତି ମେଡିକାଲକୁ ଯାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ମାଡ଼ ମାରିଥିଲେ। ଏ ସମ୍ପର୍କରେ ସେ ଆଳି ଥାନାରେ ସମ୍ପୃକ୍ତ ୩ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣା ପରେ ମେଡିକାଲର ସମସ୍ତ ଡାକ୍ତର ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଡାକ୍ତରମାନେ କେନ୍ଦ୍ରାପଡା ସିଡିଏମ୍‌ଓଙ୍କୁ ଅଭିଯୋଗ କରିବାକୁ ଯାଇଥିବା ମେଡିକାଲର ଅନ୍ୟ କର୍ମଚାରୀ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଳି ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସଲିଲ ପ୍ରଧାନ କହିଛନ୍ତି।

Share