Categories: ଫୁରସତ

ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ ଶିଶୁ

ରିୟୋ ଡି ଜେନେରିୟୋ,୨୩।୨: ନବଜାତ ଶିଶୁ ପୁଣି ରାଗିବା ଶୁଣିଲେ କାହାକୁ ବି ବିଶ୍ୱାସ ହେବ ନାହିଁ। ତେବେ ବ୍ରାଜିଲ୍‌ରେ ଏଭଳି ଏକ ଘଟଣା ଘଟିଛି। ଏହି ଘଟଣାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରିୟୋ ଡି ଜେନେରିୟୋ ଏକ ହସ୍ପିଟାଲରେ ଜଣେ ମହିଳା ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଫେବୃୟାରୀ ୧୩ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। ଡାକ୍ତର ନବଜାତ ଶିଶୁ କନ୍ୟାଙ୍କର ନାହି ନାଡ଼ କାଟିବା ସମୟରେ ସେ ରାଗମୁହଁରେ ଚାହିଁଥିବାର ଏକ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି। ସତେ ଯେପରି ଶିଶୁଟି ଡାକ୍ତରଙ୍କ ଏଭଳି କାର୍ଯ୍ୟରେ ରାଗି ଯାଇଥିବା ଭଳି ଲାଗିଥିଲା। ଏଭଳି ଘଟଣା ପୂର୍ବରୁ ଅନ୍ୟ କୌଣସି ଶିଶୁଙ୍କଠାରେ ଘଟି ନ ଥିବା ଡାକ୍ତର କହିଛନ୍ତି। ଡାକ୍ତର ଶିଶୁର ନାମ ଇସାବେଲ ପରେରା ଡି ଜିସସ୍‌ ରଖିଥିଲେ।

Share