Categories: ଜାତୀୟ

ଡାକ୍ତରଙ୍କ ଧର୍ମଘଟ: କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨।୧୨: ଦେଶରେ ଜାରି ରହିଥିବା ଡାକ୍ତରଙ୍କ ଧର୍ମଘଟ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଧର୍ମଘଟ ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଡାକ୍ତରଙ୍କ ଧର୍ମଘଟ ଯୋଗୁ ଆଇସିୟୁରେ ଥିବା ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ବିଶେଷ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଧର୍ମଘଟ ଦ୍ୱାରା ସାଧାରଣ ସ୍ବାସ୍ଥ୍ୟ ସେବା ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

Share