Categories: ଜାତୀୟ

ଡାକ୍ତରଙ୍କ ଧର୍ମଘଟ: ମମତାଙ୍କୁ ରିପୋର୍ଟ ତଲବ୍‌ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୬: ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି। ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହରଡ଼ଘଣାରେ ପକାଇବାରେ ଲାଗିଛି। ରାଜ୍ୟରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଥିବାବେଳେ ଏବେ ଡାକ୍ତରଙ୍କ ଧର୍ମଘଟ ସ୍ବାସ୍ଥ୍ୟ ସେବାରେ ପ୍ରଶ୍ନଚିହ୍ନ ଲଗାଇଛି। ପଶ୍ଚିମବଙ୍ଗ ଡାକ୍ତରଙ୍କ ସହିତ ଦେଶର କେତେକ ରାଜ୍ୟର ଡାକ୍ତର ମଧ୍ୟ ସାମିଲ ହୋଇଛନ୍ତି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମମତାଙ୍କୁ ରିପୋର୍ଟ ତଲବ୍‌ କରିବା ସହିତ ଆଡଭାଇଜାରୀ ଜାରି କରିଛନ୍ତି। ଶୀଘ୍ର ଏହାର ସମାଧାନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ମମତା ଜରୁରୀକାଳୀନ ବୈଠକ ଡକାଇଛନ୍ତି।

Share