ଓ୍ବାଶିଂଟନ,୧୫।୯: ଓ୍ବିଲ କାଉଣ୍ଟି ଶୋରିଫ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ପ୍ରାୟ ୨ହଜାର ୨ଶହ ସଂରକ୍ଷିତ ଭ୍ରୁଣ ଉଦ୍ଧାର କରାଯାଇଛି। ଡାକ୍ତର ଜଣକ ଗର୍ଭପାତ କରାଉଥିବା ବେଳେ ତାଙ୍କ ମୃତ୍ୟୁ ପରେ ଏଗୁଡିକ ମିଳିଥିବା କୁହାଯାଉଛି। ସେପ୍ଟେମ୍ବର ୩ରେ ଡାକ୍ତର ଉଲରିଚ କ୍ଲୋଫରଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟକ୍ତିଗତ ସମ୍ପତି ଯାଞ୍ଚ କରିବା ସମୟରେ ଏହି ଭ୍ରୁଣ ମିଳିଥିବା ଜଣାପଡିଛି। ଏହି ଯାଞ୍ଚ ପ୍ରକ୍ରିୟାରେ ଡାକ୍ତରଙ୍କ ପରିବାର ସମ୍ପୂର୍ଣ୍ଣ ସାହାଯ୍ୟ କରିଥିବା କୁହାଯାଏ।