ଡାକ୍ତରମାନେ ଭଗବାନ ସଦୃଶ ହୋଇ ରୋଗ ଦୂର କରିଥାନ୍ତି: ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୧୪।୧୨: ଏଣ୍ଡୋକ୍ରାଇନ ସୋସାଇଟି ଅଫ୍‌ ଓଡିଶାର ୮ମ ବାର୍ଷିକ ସମିଳନୀ ଶନିବାର ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଡାକ୍ତର ହେଉଛନ୍ତି ଭଗବାନଙ୍କ ସଦୃଶ୍ୟ । ଭଗବାନ ଯେପରି ମନୁଷ୍ୟର ଦୁଃଖ, କଷ୍ଟ ଦୂର କରୁଥାନ୍ତି ସେହିପରି ଡାକ୍ତରମାନେ ମନୁଷ୍ୟର ରୋଗ ଦୂର କରିଥାନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ରାଧାମାଧବ ତ୍ରିପାଠୀ, କାର୍ଯ୍ୟକାରୀ କମିଟି ସଭାପତି ଡା. ଏସ.ଆର୍‌ ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ ଡା. ପି. ରବି କୁମାର, ଏଣ୍ଡୋକ୍ରାଇନ ସୋସାଇଟି ଅଫ୍‌ ଓଡ଼ିଶାର ସଭାପତି ପ୍ରଫେସର ଏ.କେ ବଳିଆରସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର ଡା. ଏସ୍‌ସି ମହାନ୍ତି, ପ୍ରଫେସର ଡା. ଏଲ.କେ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।