ଟାଟୁର କ୍ରେଜ୍ ଯୁବପିଢିଙ୍କୁ ଅତିକ୍ରମ କରି ବୟସ୍କଙ୍କୁ ଘାରି ସାରିଛି। କେବଳ ସେତିକି ନୁହେଁ ଏବେ ଏଭଳି ବୃତ୍ତିର ଲୋକଙ୍କୁ ବି ଏହି ନିଶା ଘାରିଛି ଯେଉଁମାନେ ବେଶ୍ ସାଦାସିଧା ରୁହନ୍ତି, ଯେମିତିକି ଡାକ୍ତର। ନିକଟରେ ଜଣେ ମହିଳା ଡାକ୍ତର ନିଜ ଶରୀର ସାରା ଟାଟୁ କରାଇ ପୃଥିବୀର ସବୁଠାରୁ ଅଧିକ ଟାଟୁ କରିଥିବା ଡାକ୍ତରଭାବେ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ, ଆଡିଲେଡ୍ର ୩୦ ବର୍ଷୀୟା ଡା. ସାରା ଗ୍ରେ ହେଉଛନ୍ତି ଏହି ଡାକ୍ତର। ୧୬ ବର୍ଷ ବୟସର ହୋଇଥିବାବେଳେ ସେ ଶରୀରରେ ପ୍ରଥମ ଟାଟୁ କରାଇଥିଲେ। ତାଙ୍କ ମତରେ ଆଗରୁ ସେ ଶପିଂ ମଲ୍କୁ ଯାଆନ୍ତୁ କି ରେଷ୍ଟୁରାଣ୍ଟ କେଉଁଠି ବି ତାଙ୍କୁ ଏତେ ଦୃଷ୍ଟି ଦିଆଯାଉ ନ ଥିଲା। ତେଣୁ ସେ ନିଷ୍ପତ୍ତି ନେଲେ କିଛି ଭିନ୍ନ ହେବେ ଯେମିତିକି ସମସ୍ତଙ୍କ ନଜର ତାଙ୍କ ଆଡକୁ ଆସିବ। ଆଉ ସେ ତାଙ୍କ ଶରୀରକୁ ରଙ୍ଗବେରଙ୍ଗର ଟାଟୁରେ ପରିପୂର୍ଣ୍ଣ କରିଦେଲେ। ଯଦିଓ ଏଥିପାଇଁ ତାଙ୍କୁ ଅନେକ ସମାଲୋଚନା ବି କରାଯାଇଛି। ହେଲେ ସେ ଏହାକୁ ଭ୍ରୂକ୍ଷେପ କରିନାହାନ୍ତି।