ଡାକ୍ତର ଅଙ୍କୁଶ ଜାଜୋଡ଼ିଆଙ୍କୁ ସ୍ବର୍ଣ୍ଣପଦକ

କଟକ ଅଫିସ, ୨୮ା୧୨: ଡାକ୍ତର ଅଙ୍କୁଶ ଜାଜୋଡ଼ିଆଙ୍କୁ ଦିଲ୍ଲୀସ୍ଥିତ ଆମ୍ବେଡକର ଇଣ୍ଟରନ୍ୟାଶନାଲ ସେଣ୍ଟରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସ୍ବର୍ଣ୍ଣପଦକ ପ୍ରଦାନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ଡିଏନ୍‌ବି ରେଡିିଓଲୋଜିରେ ଉଚ୍ଚମାନର କାର୍ଯ୍ୟଦକ୍ଷତା ପାଇଁ ଡା. ଅଙ୍କୁଶଙ୍କୁ ଏହି ସ୍ବର୍ଣ୍ଣପଦକ ଦିଆଯାଇଛି। ଏହି କ୍ଷେତ୍ରରେ ଡା. ଅଙ୍କୁଶ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ସ୍ବର୍ଣ୍ଣପଦକଧାରୀ। ସେ କଟକ କାଠଗଡ଼ାସାହି ନିବାସୀ ଡା. କୁଶ କୁମାର ଜାଜୋଡ଼ିଆ ଏବଂ ସାମାଜିକ କର୍ମୀ ଶଶୀ ଜାଜୋଡ଼ିଆଙ୍କ ପୁତ୍ର। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି।

Share