Categories: ଜାତୀୟ

ଡାକ୍ତର ଆନ୍ଦୋଳନରେ ସାମିଲ ହେଲେ ମମତାଙ୍କ ଭଣଜା

କୋଲକାତା: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଗୁରୁତର ବ୍ୟାହତ ହୋଇଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିବା ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ନ ଉଠିବେ, ତା’ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏହି ସମୟରେ ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଛନ୍ତି ମମତାଙ୍କ ଭଣଜା ଅବେଶ ବାନାର୍ଜୀ। ସେ କେପିସି ମେଡିକାଲ କଲେଜ ପକ୍ଷରୁ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ସେ ଉକ୍ତ କଲେଜରେ ପଢୁଥିବାରୁ ଆନ୍ଦୋଳରେ ସାମିଲ୍‌ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ହେବାକୁ ନେଇ ଜୁନିୟର ଡାକ୍ତରମାନଙ୍କୁ ହସ୍ପିଟାଲ ମଧ୍ୟରେ ମାଡ ମରାଯାଇଥିଲା। ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରୁଛନ୍ତି।

Share