ଡାକ୍ତର, ନର୍ସଙ୍କ ସମେତ କ୍ୱାରାଣ୍ଟାଇନକୁ ଗଲେ ୧୦୮ ଜଣ

ନୂଆଦିଲ୍ଲୀ,୪।୪, ଡ଼ରାଇଲାଣି କରୋନା। ଏବେ ଏହା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ସମେତ ୧୦୮ ଜଣଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦେଇଥିବା ଜଣାପଡିଛି। କୁହାଯାଉଛି ହସ୍ପିଟାଲକୁ ଅନ୍ୟ ରୋଗର ଚିକିତ୍ସା ପାଇଁ ଆସିଥିବା ୨ ଜଣଙ୍କ ଠାରେ କରୋନା ପଜିଟିଭ ମିଳିବ ପରେ କର୍ତ୍ତୃପକ୍ଷ ୧୦୮ ଜଣଙ୍କୁ କ୍ୱାରେଣ୍ଟାଇନକୁ ପଠାଇ ଦେଇଛନ୍ତି। ସୂଚନା ମୁତାବକ, ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଶହ ଅତିକ୍ରମ କରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହେଲାଣି।

Share